LIVE Sunday, 22 November 2026 | 10:07 AM Bhubaneswar: 28°C
NAJAR TV Odisha
ଆମ ନଜର ସବୁଠାରେ କିନ୍ତୁ ସତ୍ୟ ର ସାଥିରେ
NajarTVOdisha | Our Eyes Everywhere, Standing With The Truth
NAJAR TV

Massive Farmers’ Rally by United Farmers’ Organisation in Bargarh; RMC Ground Echoes with Farmers’ Slogans

ବରଗଡ଼ରେ ଚାଷୀଙ୍କ ମହାସମାବେଶ, ଆରଏମସି ପଡ଼ିଆରେ ଗର୍ଜିଲେ ଚାଷୀ

Massive Farmers’ Rally by United Farmers’ Organisation in Bargarh; RMC Ground Echoes with Farmers’ Slogans
ବରଗଡ଼ ଆରଏମସି ପଡ଼ିଆରେ ସଂଯୁକ୍ତ କୃଷକ ସଂଗଠନର ମହାସମାବେଶରେ ଏକାଠି ହୋଇ ନିଜ ହକ୍ ପାଇଁ ସ୍ୱର ଉଠାଇଲେ ଚାଷୀ।
ଧାନ କିଣାରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ସହିତ ଏଗ୍ରିଷ୍ଟାକ୍ (AgriStack) ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ବିଭିନ୍ନ ସ୍ଲୋଗାନ ଦେଇଛନ୍ତି। ଚାଷୀଙ୍କ ସମସ୍ୟାର ସମାଧାନ ଏବଂ ସରକାରଙ୍କ କୃଷିନୀତିରେ ପରିବର୍ତ୍ତନ ଦାବିରେ ସମାବେଶସ୍ଥଳରେ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି। ଏହି ମହାସମାବେଶରେ ବରଗଡ଼ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନର ସ୍ଥାନୀୟ ନେତାଙ୍କ ସହ କେନ୍ଦ୍ରୀୟ ସ୍ତରର ଚାଷୀ ନେତାମାନେ ମଧ୍ୟ ଯୋଗଦେଇଛନ୍ତି। ଚାଷୀଙ୍କ ହକ୍ ଓ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ୍ ହୋଇ ନିଜ ଦାବି ଉପସ୍ଥାପନ କରିଛନ୍ତି। ଚାଷୀଙ୍କ ଏହି ଆନ୍ଦୋଳନ ମାଧ୍ୟମରେ ଧାନ କିଣା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ଏଗ୍ରିଷ୍ଟାକ୍ ବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କ ଆପତ୍ତି ଦୂର କରିବାକୁ ଦାବି ଉଠିଛି। ଏବେ ସରକାର ଏହି ଦାବିଗୁଡ଼ିକ ଉପରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଚାଷୀ ମହଲର ନଜର ରହିଛି।
Najar TV Chief Administrator
Najar TV Chief Administrator

Primary Administrator for NAJAR TV News Portal & CMS Operations

Reader Comments 0

No comments yet. Be the first to share your perspective on this news report.

Leave Your Perspective

Related Stories